ରାଜ୍ୟରେ ଆସନ୍ତା ୧୧ ତାରିଖରୁ ବଢିବ ତାତି । ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଛୁଇଁବାକୁ ଥିବା ବେଳେ ପଶ୍ଚିମଓଡ଼ିଶାର ସମସ୍ତ ସହରର ଦିନର ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିବ।ର ସମ୍ଭାବନା ରହିଛି। ୧୨ ତାରିଖରେ ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀର, ଭବାନୀପାଟଣା, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼, ନୂଆପଡ଼ା ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବାର ସମ୍ଭାବନା ରହିଛି।
ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଚେତାବନୀ ଦେଇଛି।। ଚଳିତ ମାର୍ଚ୍ଚରେ ଅତ୍ୟଧିକ ଉତ୍ତାପ ତାଲିକାରେ ବିଦର୍ଭର ନାମ ଯୋଡ଼ି ହୋଇଛି।