ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ

ଭୁବନେଶ୍ଵର: ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ । ତାଳଚେର ପୌରାଞ୍ଚଳ ପାଇଁ ଜାରି ହେଲା କଡ଼ା ଗାଇଡଲାଇନ । ଗ୍ରାପ ଷ୍ଟେଜ୍‌-୨ ଗାଇଡଲାଇନ ଅନୁସାରେ ଅନେକ କଟକଣା । ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ । ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, NHAI, MCLକୁ ପରାମର୍ଶ । ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ ରହିଛି ।

ତେବେ ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି । ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଏଠାରେ ଏକ୍ୟୁଆଇ ୩୫୫ ରହିଛି । ଏହା ପରକୁ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟରେ ରହିଛି । ୩୨୨ ଏକ୍ୟୁଆଇ ସହ ବାରିପଦା ତୃତୀୟ ପ୍ରଦୂଷିତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୩ ରହିଛି ।