ସିରିଆରେ ଏକ ଜାହାଜ ବୁଡି ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ସମୟରେ ଏହି ର୍ଦୁଘଟଣା ଘଟିଥିଲା । ଏହି ଡଙ୍ଗା ଉତ୍ତର ଲେବାନନର ମିନିଆରୁ ବାହାରି ୟୁରୋପ ଅଭିମୁଖେ ଯାତ୍ରା କରୁଥିଲା । ୧୨୦ ରୁ ୧୫୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ । ଯାହାଜଟି ମଧ୍ୟଭାଗରେ ବୁଡି ଯିବା ହେତୁ ଏକ ଭୟଙ୍କର ର୍ଦୁଘଟଣା ଘଟିଥିଲା । ର୍ଦୁଘଟଣାରେ ୭୧ ଜଣ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ସିରିଆର ଉଦ୍ଧାରକାରୀ ଦଳ ପହଚିଂ ୨୦ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡିଛି । ଯାତ୍ରୀ ମାନଙ୍କ ମଧ୍ୟରେ ଅଧିକାଶଂ ମହିଳା ଓ ଶିଶୁ ଥିଲେ । ର୍ଦୁଘଟଣାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ମାତ୍ରାଧିକ ଲୋକ ଲେବାନନର ଅକର ଅଚଂଳର ବୋଲି ଜଣାପଡିଛି । ଏହି ର୍ଦୁଘଟଣାରେ କିଛି ପରିବାରର ଏକାଧିକ ସଦସ୍ୟ ନିଖୋଜ ଥିବା ଚର୍ଚ୍ଚା ହେଉଛି । ଶୁକ୍ରବାର ଦିନ କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତ କିଛି ଦିନ ହେଲା ସିରିଆର ଲେବାନନରେ ଗୁରୁତ୍ୁର ଆର୍ଥିକ ସଂକଟ ଦେଖାଦେଇଛି । ସେହିଭଳି ଲେବାନିଜ୍ ପାଉଣ୍ଡ ଗତ ବର୍ଷକ ମଧ୍ୟରେ ୯୦ ପ୍ରତିଶତ ହ୍ରାସ ପାଇଛି । ଏହା ଫଳରେ ଲୋକମାନଙ୍କ କ୍ରୟ କ୍ଷମତା ହ୍ରାସ ପାଇବା ସହ ଲକ୍ଷ ଲକ୍ଷ ଲୋକ ବେରୋଜଗାରୀ ହୋଇଯାଇଛନ୍ତି ଯାହାଫଳରେ ଦିନକୁ ଦିନ ଦାରିଦ୍ର୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଭୟରେ କିଛି ରୋଜଗାର ପନ୍ଥା ଖୋଜିବା ପାଇଁ ଜଳପଥରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ ୟୁରୋପ ପଳାଉଛନ୍ତି । ଯାହାଫଳରେ ସେଠାରେ ଏକ ଉତ୍ତମ ତଥା ସୁସ୍ଥ ପରିବେଶରେ ଜୀବନ ଯାପନ କରିପାରିବେ । ସିରିଆରେ ଯୁଦ୍ଧ ଚାଲିବା ହେତୁ ସେଠାକାର ରାଜସ୍ୁ ହାନି ହେବା ସହ ସରକାର ଦେବାଳିୟା ହୋଇଯାଇଛନ୍ତି । ଯାହାଫଳରେ ଜନସାଧାରଣଙ୍କ ମଧ୍ୟରେ ଦୟନୀୟ ପରିସ୍ଥତି ସୃଷ୍ଟି ହୋଇଛି । ଏହି କାରଣରୁ ଜଳଯାତ୍ରା କରି ୟୁରୋପ ମୁହାଁ ହେଉଛନ୍ତି ଶହ ଶହ ଲେବାନନ ବାସୀନ୍ଦା ।