ଜବ୍‌ ଫ୍ରଡ୍‌ ଘଟଣା, ବିଷ ପିଇଥିବା ମହିଳା ମୃତ

ସମ୍ବଲପୁର: ସମ୍ବଲପୁର ଜବ୍‌ ଫ୍ରଡ୍‌ ଘଟଣାରେ ବିଷ ପିଇଥିବା ମହିଳା ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ଚିପିଲିମାର ସ୍ବର୍ଣ୍ଣପ୍ରଭା ପାଢ଼ୀ । ପ୍ରାୟ ୬ ଶହ ଲୋକଙ୍କ ଠାରୁ ୬୪ ଲକ୍ଷ କଲେକ୍ସନ କରିଥିଲେ ମୃତ ମହିଳା । ମାଷ୍ଟରମାଇଣ୍ଡ ରାହୁଲ ଓ ପଦ୍ମାକୁ ଦେଇଥିଲେ ୬୪ ଲକ୍ଷ ଟଙ୍କା । ଝାଡୁଦାର ଚାକିରି ଦେବା ନାଁରେ ଟଙ୍କା ନେଇଥିଲେ ରାହୁଲ, ପଦ୍ମା । ରାହୁଲ, ପଦ୍ମା ଗିରଫ ପରେ ସ୍ବର୍ଣ୍ଣପ୍ରଭାଙ୍କୁ ଘେରିଥିଲେ ଚାକିରି ଆଶାୟୀ । ଟଙ୍କା ଫେରସ୍ତ ପାଇଁ ସ୍ବର୍ଣ୍ଣପ୍ରଭାଙ୍କ ଚିପିଲିମା ଘରେ ଭିଡ଼ ଜମାଇଥିଲେ । ଚାପଗ୍ରସ୍ତ ହୋଇ ଉପାୟ ନ ପାଇ ବିଷ ପିଇ ଦେଇଥିଲେ ସ୍ବର୍ଣ୍ଣପ୍ରଭା ।

ସୂଚନା ଅନୁସାରେ, ସରକାରୀ ସଂସ୍ଥାରେ ଝାଡୁଦାର ଚାକିରି ପ୍ରଲୋଭନରେ ୨ ଗିରଫ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ବୁର୍ଲା ପୋଲିସ। ସେମାନଙ୍କ ନିକଟରୁ ପ୍ରାୟ ୬୨ ଲକ୍ଷ ଟଙ୍କା ଜବତ ହୋଇଛି । ପ୍ରାୟତଃ ସମ୍ବଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ ଅଭିଯୋଗ ଆସିଛି । ଝାଡୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରୁଥିଲେ । ଏହାପରେ ଟଙ୍କା ଫେରି ପାଇବାକୁ ଏସ୍ପି ଅଫିସରେ ଶତାଧିକ ଲୋକ ଭିଡ ଜମେଇଥିଲା । ଠକାମୀର ଶିକାର ହୋଇଥିବା ମହିଳା ଓ ପୁରୁଷ ଏକାଠି ହୋଇ ଭିଡ ଜମାଇଥିଲେ । ରାହୁଲ ଓ ପଦ୍ମା ଟଙ୍କା ଆଦାୟ କରୁଥିବା ସମସ୍ତେ ଅଭିଯୋଗ କରିଥିଲେ । ଚିପିଲିମା ମାରାଙ୍ଗୋଲାରେ ଉଭୟେ ୪ ହଜାର ଲୋକଙ୍କୁ ନେଇ ସଭା କରିଥିଲେ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଭାଷଣ ଦେଇ ବିଶ୍ୱାସ ଜନ୍ମାଇଥିଲେ । ଏରିଆ ମ୍ୟାନେଜର ପାଇଁ ୨୦ ହଜାର, ଝାଡୁଦାର ପାଇଁ ୧୨ ହଜାର ନେଉଥିଲେ । ସେମାନେ ଟଙ୍କା ନେବା ବେଳର ଭିଡିଓ ମଧ୍ୟ ଦେଖାଇଥିଲେ ଲୋକେ । ପୋଲିସ ୬୨ ଲକ୍ଷ ଜବତ କରିବା ପରେ ଟଙ୍କା ପାଇଁ ପହଞ୍ଚିଥିଲେ ଲୋକେ ।