କିଆ ବୁଦା ମୂଳରୁ ଆହତ ଅବସ୍ତାରେ ଯୁବକ ଠାବ

ବସ୍ତା/ଅଜିତ କୁମାର ସାହୁ: କିଆ ବୁଦା ମୂଳରୁ ଆହତ ଅବସ୍ତାରେ ଯୁବକ ଠାବ । ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଧିତପୁରା ଗ୍ରାମର ଏକ କିଆ ବୁଦା ମୂଳରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ସମୟରେ ତାଙ୍କ ନିକଟରୁ ଏକ ଧାରୁଆ ଛୁରି ସହିତ ଏକ ପାଣି ବୋଟଲ ପଡିଥିବା ଦେଖିବାକୁ ମିଳିଛି । ତେବେ ଯୁବକଙ୍କୁ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ଏବେ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣଙ୍କ ଚଣ୍ଡୀପୁର ଗ୍ରାମର ଗୋପାଳ ମୁଖୀ ବୋଲି ଜଣାପଡିଛି । ତେବେ ଏନେଇ ଗୋପାଳଙ୍କ ପରିବାର ପକ୍ଷରୁ ବସ୍ତା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ଘଟଣା ସ୍ତଳରେ ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତ ଗୋପାଳଙ୍କୁ ବସ୍ତା ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।