ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ରାୟ

Supreme Court's strict verdict on forced conversion

ନୂଆଦିଲ୍ଲୀ : ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସୁପ୍ରିମ କୋର୍ଟ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସ୍ୱାଧିନ ଭାବେ ଧର୍ମଗ୍ରହଣ ଓ ଧର୍ମବିଶ୍ୱାସ କରିବା , ଦେଶର ନିରାପତାକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ପ୍ରଲୋଭିତ ବା ଭୟଦେଖାଇ ଷଳାକମାନଙ୍କୁ ଧର୍ମାନ୍ତରୀକରଣ ବିରୋଧରେ ଆଗୁଆ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଜଷ୍ଟିସ ଏମଆର ଶାହ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି । ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି । ଜଷ୍ଟିସ ଏମଆର ଶାହା କହିଛନ୍ତି ଯେ ବଳପୂର୍ବକ ଧର୍ମାନ୍ତରୀଣକରଣ ଦେଶର ନିରାପତ୍ତାକୁ ବି ପ୍ରଭାବିତ କରିପାରେ । ଏଣୁ ଏଗୁଡ଼ିକୁ ରୋକିବାକୁ ସରକାର କଣ କରୁଛନ୍ତି, ସେ ସମ୍ପର୍କରେ ନିଜର ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ମାମଲାର ଅନ୍ୟତମ ପିଟିସନକାରୀ ଆଡଭୋକେଟ ଅଶ୍ବୀନି ଉପାଧ୍ୟାୟ କହିଛନ୍ତି ଯେ ଏହା ଏକ ନିର୍ଦିଷ୍ଟ ଅଂଚଳର ସମସ୍ୟା ନୁହେଁ, ବରଂ ସାରା ଦେଶର ସମସ୍ୟା ।