ଜାତୀୟ ଟିଭି ଚ୍ୟାନେଲର ରିଆଲିଟି ସୋ’ରେ ସୁଦର୍ଶନ ପଟ୍ଟନାୟକଙ୍କ ନାଁ

ନୂଆଦିଲ୍ଲୀ: ସୋନୀ ଟିଭିରେ ପ୍ରସାରିତ କୌନ୍ ବନେଗା କରୋଡପତିରେ ପଚରାଗଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ନେଇ ପ୍ରଶ୍ନ । ହୋଷ୍ଟ ବିଗ୍ ବି ଅମିତାଭ ବଚ୍ଚନ ଆସିଥିବା ପ୍ରତିଯୋଗୀଙ୍କୁ ସୁଦର୍ଶନ ପଟ୍ଟନାୟକ କେଉଁ ସାମଗ୍ରୀରେ ତାଙ୍କ କଳାକୃତି ପ୍ରଦର୍ଶନ କରନ୍ତି ବୋଲି ପ୍ରଶ୍ନ କରିଥିଲେ । ଆଉ ପ୍ରତିଯୋଗୀ ସୁଦର୍ଶନ ପଟ୍ଟନାୟକ ବାଲିରେ ସୁନ୍ଦର କଳାକୃତି କରନ୍ତି ବୋଲି ଉତ୍ତର ଦେଇଥିଲେ ।ତେବେ ପୂର୍ବରୁ ମଧ୍ୟ ଏହି ସୋ ରେ ସୁଦର୍ଶନ ପଟ୍ଟନାୟକଙ୍କ ବିଷୟରେ ପ୍ରଶ୍ନ ପଚରାଯାଇଛି | ସବୁବେଳେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରି ଚର୍ଚ୍ଚା ସାଉଁଟିଛନ୍ତି ସୁଦର୍ଶନ ପଟ୍ଟନାୟକ । ୨୦୧୪ରେ ପଦ୍ମଶ୍ରୀ ପାଇଥିବା ସୁଦର୍ଶନଙ୍କ ବାଲୁକା କଳାର ପ୍ରଶଂସା କେବଳ ରାଜ୍ୟ କାହିଁକି ଦେଶରେ କୋଣ ଅନୁକୋଣରେ ବି ହୁଏ । ଜାତୀୟ ସ୍ତରରେ ବାଲୁକାଶିଳ୍ପୀଙ୍କ ଏହି ପ୍ରଶ୍ନକୁ ନେଇ ଅନେକ ଗର୍ବ ଅନୁଭବ କରୁଥିବା ଦେଖିବାକୁ ମିଳିଛି |