ପାରାଦୀପ ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ

ପାରାଦୀପ-: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ପାରାଦୀପ ସମୁଦ୍ରରେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି ।

ସୂଚନା ଅନୁସାରେ, ୮ ଛାତ୍ରଛାତ୍ରୀ ପାରାଦୀପ ଲାଇଟ୍‌ହାଉସ ନିକଟ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାସିଯାଇଥିଲେ । ନିଖୋଜ ଛାତ୍ର ଜଣକ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସେଖ୍ ଅମନ ଉଲ୍ଲା ବୋଲି ଜଣା ପଡିଛି । ତେବେ ଏବେ ସୁଦ୍ଧା ନିଖୋଜ ଛାତ୍ରଙ୍କ ପତ୍ତା ମିଳିପାରି ନାହିଁ ।