ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ମଞ୍ଚର ସଭାପତି ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ୱରେ ଆଜି ଶତାଧିକ ସଦସ୍ୟ, ମହିଳା ମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ପାଣି ଅଭାବରୁ ଧାନ ମରିବାକୁ ବସିଥିବା ବେଳେ ସୁବର୍ଣ୍ଣପୁର, ବୀରମହାରାଜପୁର, ଉଲୁଣ୍ଡା, ତରଭା, ବିନିକା ବ୍ଳକ ଅଞ୍ଚଳ ଗୁଡିକୁ ମରୁଡି ଘୋଷଣା କରିବାକୁ ଦାବି କରିଛି ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ।