୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନର ବନ୍ଦ ଡାକରା

ବେଙ୍ଗାଲୁର: ବେଙ୍ଗାଲୁରରେ ଗତକାଲି ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ର ପର୍ୟ୍ୟନ୍ତ ବନ୍ଦ ରହିବ ଗାଡ଼ି ଚଳାଚଳ। କର୍ଣ୍ଣାଟକରେ ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଶହ ଶହ ଗାଡି,ରିକ୍ସା,ଦୁଇ ଚକିଆ ଯାନ ଅଟକି ରହିଛି । ବିଶେଷ କରି ଜରୁରୀ କାମ ପାଇଁ ଟ୍ୟାକ୍ସି, ଘରୋଇ ବସ୍ କିମ୍ବା ଅଟୋ ଉପରେ ନିର୍ଭର କରୁଥିବା ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି।
ତେବେ ୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ ସେମାନଙ୍କ ଦାବିରେ ଉଲ୍ଲେଖ ସେମାନଙ୍କ ଦାବିରେ ଉଲ୍ଲେଖ କରିଛନ୍ତି ଯେ ଶକ୍ତି ଯୋଜନା କାର୍ୟ୍ୟକାରୀ ହେବା ପରେ ଯେଉଁସବୁ ରାଜସ୍ୱ ହାନି ହୋଇଛି ତା’ର କ୍ଷତିପୂରଣ, ଘରୋଇ ବସ୍ ଅପରେଟରମାନଙ୍କୁ ଟିକସ ଛାଡ଼, ଘରୋଇ ଆପ୍ ଆଧାରିତ ରାଇଡ୍-ହେଲିଂ ଏଗ୍ରିଗେଟର୍ସ ଓଲା ଏବଂ ଉବେରକୁ ନିୟନ୍ତ୍ରଣ କରିବା, ରାପିଡୋ ବାଇକ୍ ଟ୍ୟାକ୍ସି ଏବଂ ଅନ୍ୟାନ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି ୟୁନିୟନ୍। ଫେଡେରେଶନର ମନୋନୀତ ସଭାପତି ଗଣମାଧ୍ୟମକୁ କହିଛନ୍ତି, ସରକାର ଦାବି ପୂରଣ ନ କରିବା ପର୍ୟ୍ୟନ୍ତ ଆମେ ଚୁପ୍ ହୋଇ ବସି ରହିବୁ ନାହିଁ । କର୍ଣ୍ଣାଟକର ଘରୋଇ ପରିବହନ କ୍ଷେତ୍ର ସଙ୍କଟରେ ପଡିଛି ଏବଂ ଶକ୍ତି ଯୋଜନା କାର୍ୟ୍ୟକାରୀ ହେବା ପରେ ଏହା ଗୁରୁତର ଭାବେ ପ୍ରଭାବିତ ହୋଇଛି।