ସବୁ ଜିଲ୍ଲାରେ ଆପଦା ମିତ୍ର ଯୋଜନା ଲାଗୁ କରିବାକୁ ଦାବି କରିଛି ରାଜ୍ୟ

(ଆଦର୍ଶ /ତ୍ରିଲୋଚନ)ଭୁବନେଶ୍ୱର: ଦୁଇ ଦିନ ଧରି ବାତ୍ୟା ଫନି ପ୍ରଭାବିତ ଅଂଚଳ ପ୍ରରିଦର୍ଶନ କରି ସମୀକ୍ଷା କରିବା ପରେ ଆଜି ରାଜ୍ୟ ସରକାରଙ୍କ ସହିତ ବୈଠକ କରିଛନ୍ତି ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ । ରାଜ୍ୟରେ ବାତ୍ୟା ମୁକାବିଲା ଓ ପରିଚାଳନା ବହୁତ ଭଲ ଭାବେ ହୋଇଛି । ମାତ୍ର କେତେକ ସ୍ଥାନରେ ଶକ୍ତି କ୍ଷେତ୍ରରେ ଆହୁରି କାମ ବାକି ଅଛି ବୋଲି ଏନ୍ଡିଏମ୍ଏ ଅଧିକାରୀ କମଲ କିଶୋର କହିଛନ୍ତି । ଅନ୍ୟପକ୍ଷରେ ସବୁ ଜିଲ୍ଲା ଆପଦା ମିତ୍ର ଯୋଜନା ଲାଗୁ କରିବାକୁ ରାଜ୍ୟ ଦାବି କରିଛି । ଆଜି ଏନ୍ଡିଏମ୍ଏ ଟିମ୍ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।
ଏନ୍ସିଆର୍ଏମ୍ପି ମାଧ୍ୟମରେ ଆଗକୁ ଅନୁଧ୍ୟାନ ବଢ଼ାଇବାକୁ ଅନୁରୋଧ କରିବୁ ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ଟ୍ରାଇର ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯିବ ବୋଲି ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି ।