ଭୁବନେଶ୍ୱର: ଚେନ୍ନାଇ ଅଭିମୁଖେ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସଵର୍ମା ଓ ପିସିସି ସଭାପତି ଭକ୍ତଚରଣ ଦାସ । ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବା ଲାଗି ଚେନ୍ନାଇ ଅଭିମୁଖେ ଗସ୍ତ କରିଥିବା ସୂଚନା ରହିଛି ।

ତେବେ ସେଠାରେ ଷ୍ଟାଲିନ୍ ସରକାର ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି।

ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଏହି ବୈଠକରେ ଯୋଗ ଦେବ। ଏହା କୌଣସି ନେସନାଲ ଫ୍ରଣ୍ଟ ବୈଠକ ହୋଇନଥିବାରୁ ରାଜନୀତିକ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ। ବିଜେଡିର ସମଦୁରତା ନୀତି ରହିଛି।

ସଞ୍ଜୟ ଦାସବର୍ମା କହିଛନ୍ତି ଜନସଂଖ୍ୟା ଦୃଷ୍ଟିରୁ ଡିଲିମିଟେସନ ହେଲେ ଓଡ଼ିଶା ସମେତ ୮ ରାଜ୍ୟ ପ୍ରଭାବିତ ହେବ।ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଓଡିଶା ସମେତ ଏହି ରାଜ୍ୟ ସଫଳ ହୋଇଥିବାରୁ ସିଟ ସଂଖ୍ୟା ହ୍ରାସ ପାଇବ। ତେଣୁ ଓଡ଼ିଶା ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ତାହା କରାଯିବ।