ଏସଟି ଓ ଜିଏସଟି ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର ଏସଟି ଓ ଜିଏସଟି ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି ଏକାଧିକ ଏକାଉଣ୍ଟ । ବ୍ୟାଙ୍କ ଏକାଉଣ୍ଟରେ ରହିଛି ଅନେକ ଟଙ୍କା । ବହୁ ଟଙ୍କା ଲାଞ୍ଚ ନେଇଥିବା ଟିକସ ଜମା ପାଇଁ କହିଥିଲେ ବିନୟ ଭୂଷଣ । ପରେ ୨ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ଦେଲେ ଗାଡି ଛାଡି ଦେବେ ବୋଲି କହିଥିଲେ । ଲାଞ୍ଚ ଟଙ୍କା ନ ମିଳିବାରୁ ଅନ୍ୟ ଜଣେ ସ୍କ୍ରାପ ବ୍ୟବସାୟୀଙ୍କୁ ଡାକି ୨୨ହଜାର ୨୪୦ କିଲୋଗ୍ରାମ ସ୍କ୍ରାପକୁ ୮ଲକ୍ଷ ୮୯ ହଜାର ୬୦୦ ଟଙ୍କାରେ ବିକି ଦେଇଥିଲେ । ବିଭାଗରେ ଟିକସ ଜମା କରିବା ପରେ ବଳକା ୫ଲକ୍ଷ ୮୫ ହଜାର ୩୫୬ ଟଙ୍କା ନିଜେ ନେଇ ଯାଇଥିଲେ । ବିନୟ ପୂର୍ବରୁ ମଧ୍ୟ ଏଭଳି କରୁଥିବା ଅଭିଯୋଗ ହୋଇଛି । ତେବେ ଏହାର ତଦନ୍ତ କରୁଛି ଭିଜିଲାନ୍ସ ।