(ସୌମ୍ୟ ରଂଜନ ସେଠୀ) : ଛତିଶଗଡ଼ରେ ମୁତୟନ ଜଣେ ରାଜସ୍ଥାନ ମୂଳ ନିବାସୀ ଜଣେ ସୀମା ସୁରକ୍ଷା ବାହିନୀ (ଏସ୍ ଏସ୍ ବି) ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଭିଲାଇର ମରୋଦା ଅଞ୍ଚଳରେ ମଙ୍ଗଳବାର ଏହି ଘଟଣା ଘଟିଛି। ମରୋଦାସ୍ଥିତ ଏସଏସବି ୭୦୧ ବାଟାଲିଅନରେ ମୁତୟନ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଗୁଳିକାଣ୍ଡ ଶବ୍ଦ ଶୁଣି ବ୍ୟାରେକ୍ରୁ ଯବାନମାନେ ମୃତ ଯବାନଙ୍କ ନିକଟକୁ ପହଞ୍ଚିଥିଲେ। ବ୍ୟାରେକ ଭିତରେ ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଲରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।