ହିଞ୍ଜିଳିକାଟୁ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ ଶ୍ରୀନିବାସ ସେଠି

ହିଞ୍ଜିଳିକାଟୁ (ରଜନୀକାନ୍ତ ପାତ୍ର) : ହିଞ୍ଜିଳିକାଟୁ ନୂତନ ଥାନା ଅଧିକାରୀ ଭାବେ ରବିବାର ଶ୍ରୀନିବାସ ସେଠି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅପରାଧିକ କାର୍ୟ୍ୟକଳାପକୁ ଓ ଟ୍ରାଫିକ ସମସ୍ୟାକୁ କଡାକଡି କରିବା ସହ ହେଲମେଟ ଚେକିଂ ଓ ମଦ୍ୟପ ଚାଲାକ ମାନଙ୍କୁ ଆଇନ  ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଉପରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ଏଥିପାଇଁ ସହରର ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ  ଆବଶ୍ୟକ ବୋଲି କହିଛନ୍ତି । ପୂର୍ବରୁ ଶ୍ରୀ ସେଠି ତାଳଚେର ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।