ବୃଦ୍ଧଙ୍କୁ ଖଟିଆରେ ବୋହି ବୋହି ଆଶ୍ରୟସ୍ଥଳୀକୁ ନେଲେ ଏସପି ଓ କଲେକ୍ଟର

ବାତ୍ୟା ଅକ୍ବାନକୁ ନେଇ ସମୁଦ୍ର ଆଶାନ୍ତ ରହିଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଶିଆଳି ନିକଟରେ ସମୁଦ୍ର ଅଶାନ୍ତ ରହିଛି । ଆଳି, ପଦ୍ମପୁର, ରାମତରା, କଳାବେଦୀ, ଗଡହରିସପୁର, ଗଡବିଶନପୁର, ଗୋଡ଼ା ଆଦି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଂଚଳରୁ  ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।  ଏସପି ଓ କଲେକ୍ଟର ଲୋକଙ୍କୁ ଖଟିଆରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଥିବା ଦେଖାଯାଇଥିଲା।