ପଶ୍ଚିମ ଓଡ଼ିଶାର ନିଆରା ପର୍ବ ପୁଅ ଜୁଉମିଆ ଓଷା

(ଓମ୍ ପ୍ରକାଶ ମିଶ୍ର): ପଶ୍ଚିମ ଓଡ଼ିଶାର ନିଆରା ଲୋକ ପର୍ବ “ପୁଅ ଜୁଉମିଆ ଓଷା” ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାରମ୍ଫାରିକ ରୀତିନୀତିରେ ପାଳିତ ହେଉଛି। ପୁଅ ତଥା ସନ୍ତାନ ମାନଙ୍କର ମଙ୍ଗଳ କାମନା ପାଇଁ ମା’ ମାନେ ପାଣି ନ ପିଇ ଉପବାସ ରଖିଥାନ୍ତି । ବୁଢ଼ୀ ବାହନଙ୍କର ପୂଜାଚ୍ଚନା ପାଇଁ ମହିଳାମାନେ ଏକାଠି ରୁଣ୍ଡ ହୋଇ ସନ୍ଧ୍ୟା ସମୟରେ ବିଭିନ୍ନ ଫଳମୂଳ ସହ ରଙ୍ଗ ବେରଙ୍ଗର ଉଖୁଡା ଆଣି ଭୋଗ ଲଗାଇଥାନ୍ତି ।