୨୬ରୁ ଗାନ୍ଧୀ ପଡ଼ିଆରେ ଅନୁଷ୍ଟିତ ହେବ ସୋନପୁର ପ୍ରିମିୟର ଲିଗ୍ ଟି-ଟ୍ୱେଣ୍ଟି କ୍ରିକେଟ

ସୋନପୁର : ସୋନପୁରରେ ଅନୁଷ୍ଠିତ ହେବାକୁ ଯାଉଛି ସୋନପୁର ପ୍ରୀମିୟର ଲିଗ୍ ଟି ଟ୍ୱେଣ୍ଟି କ୍ରିକେଟ୍ ର ୩ ୟ ସଂସ୍କରଣ  । ଏହା  ଆସନ୍ତା  ୨୬ ତାରିଖ ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସୋନପୁର ଗାନ୍ଧୀ ପଡ଼ିଆ ଠାରେ ଅନୁଷ୍ଠିତ ହେବ l ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଏହି ଲିଗ୍ ପାଈଁ ଆଜି  କ୍ରିକେଟ ସଂଘ ଅଫିସ୍ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲା କ୍ରିକେଟ ସଂଘ ର ସଭାପତି ରାମ ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ପ୍ରଦୀପ ସେଠୀ, ସୋନପୁର ପ୍ରୀମୀୟର ଲିଗ୍  କମିଟି ର ଅଧ୍ୟକ୍ଷ ବି. ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, କୋଷାଧ୍ୟକ୍ଷ ବି. ପୁରୁଷୋତ୍ତମ ପାତ୍ର ଙ୍କ ସହିତ ଜିଲ୍ଲା କ୍ରିକେଟ ସଂଘ ର ସମସ୍ତ ସଭ୍ୟ ଓ ସମସ୍ତ ଟିମ୍ ର ପ୍ରାୟୋଜକ ମାନେ ଏଠାରେ ଉପସ୍ଥିତ ରହି ଟର୍ଣ୍ଣlମେଣ୍ଟ ର ସଫଳତା ଲାଗି ବିଭିନ୍ନ ମତାମତ ରଖିଥିଲେ l ସକାଳ ୮ ରୁ ୧୧ ଓ ଅପରାହ୍ନ ୪ ଟା ରୁ ୬ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ ଓ ଜୁନ୍ ୧ ତାରିଖ ରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି l