ଇନ୍ଦୋର ରାଜା ହତ୍ୟା ମାମଲାରେ ନୂଆ ମୋଡ଼ । ସବୁ ଜାଣି ବି ଲୁଚାଇଥିଲେ ସୋନମଙ୍କ ମା’ । ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମୃତ ରାଜା ରଘୁବଂଶୀଙ୍କ ଭାଇ ବିପିନ । ବିପିନ ଦାବି କରିଛନ୍ତି ଯେ ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ଏହି ବିବାହ ହୁଏ ତେବେ ଏହାର ପରିଣାମ ଭଲ ହେବ ନାହିଁ।

ବିପିନଙ୍କ ଅନୁସାରେ, ସୋନମଙ୍କ ମାଆ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ। କିନ୍ତୁ ସେ ଏହାକୁ ଲୁଚାଇ ରଖିଥିଲେ। ତେଣୁ ସୋନମଙ୍କ ମାଆଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ। ସେ କହିଛନ୍ତି ଯେ ଯଦି ସୋନମଙ୍କ ବାପା ଏହା ବିଷୟରେ ଜାଣିଥାନ୍ତେ, ତେବେ ସେ ରାଜ କୁଶୱାହା (ସୋନମଙ୍କ ପ୍ରେମିକ)ଙ୍କୁ ଚାକିରିରୁ ବାହାର କରିଦେଇଥାନ୍ତେ। ସେଥିପାଇଁ ସୋନମଙ୍କ ମାଆ ସବୁକିଛି ଲୁଚାଇ ରଖିଥିଲେ।

ବିପିନ କହିଥିଲେ ଯେ ବିବାହର ମାତ୍ର ତିନି ଦିନ ପରେ ସୋନମ ଏବଂ ରାଜା ଅନ୍ୟ ଏକ ବିବାହରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ରାଜା ତାଙ୍କ ପରିବାରକୁ ଅଭିଯୋଗ କରିଥିଲେ ଯେ ସୋନମ ତାଙ୍କ ସହ କଥା ହେଉନାହାଁନ୍ତି ଏବଂ ଅଧିକ ସମୟ ସେ ନିଜ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ରାଜା ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ସୋନମର ଏହି ଆଚରଣ ଆଦୌ ପସନ୍ଦ ଆସିନାହିଁ। ତଥାପି ପରିବାର ତାଙ୍କୁ ବୁଝାଇଥିଲେ ଯେ ସମୟ ସହିତ ସବୁକିଛି ଠିକ୍ ହୋଇଯିବ।

ସୋନମଙ୍କ ମଙ୍ଗଳ ଦୋଷ ସମ୍ପର୍କରେ ବିପିନ ସବୁଠାରୁ ଆଶ୍ଚର୍ୟ୍ୟଜନକ ଦାବି କରିଥିଲେ। ସେ କହିଥିଲେ ଯେ ସୋନମଙ୍କ ମଙ୍ଗଳ ଦୋଷ ବହୁତ ଶକ୍ତିଶାଳୀ ଥିଲା ଏବଂ ସେ ଭାବୁଥିଲେ ଯେ ରାଜାଙ୍କୁ ହତ୍ୟା କରିବା ଦ୍ୱାରା ତାଙ୍କର ମଙ୍ଗଳ ଦୋଷ ଶେଷ ହୋଇଯିବ। ବିପିନଙ୍କ ଅନୁସାରେ, ସୋନମ ପୂର୍ବରୁ ଯୋଜନା କରିଥିଲେ ଯେ ରାଜାଙ୍କ ହତ୍ୟା ପରେ ସେ ରାଜଙ୍କୁ ବିଧବା ଭାବରେ ବିବାହ କରିବେ ଯାହା ଦ୍ଵାରା କେହି କୌଣସି ପ୍ରଶ୍ନ ଉଠାଇବେ ନାହିଁ। ପୋଲିସ ଏବେ ଏହି ଦାବିଗୁଡ଼ିକର ତଦନ୍ତ ଆରମ୍ଭ କରିଛି।