ସୁନ୍ଦର ତ୍ୱଚା ପାଇଁ କିଛି ଟିପ୍ସ

ବ୍ୟୁରୋ :ସୁନ୍ଦର ତ୍ୱଚା କାହାକୁ ବା ଭଲ ନ ଲାଗେ । ସୁନ୍ଦର ତ୍ୱଚା ଏବଂ ଶରୀର ପାଇଁ ଅନେକ ଲୋକ ଅନେକ ପରିଶ୍ରମ କରିଥାନ୍ତି । ହାତ ଓ ଗୋଡର ଚର୍ବି କମାଇବା ଯେତେ ସହଜ ତା ତୁଳନାରେ ପେଟ ଓ ଚେହେରାର ଚର୍ବି ହଟାଇବା ଟିକେ କଷ୍ଟ ହୋଇଥାଏ । ଚେହେରାରେ ଅଳ୍ପ ଚର୍ବି ସୁନ୍ଦରତା ବଢାଇଥାଏ ସେହିପରି ଟିକେ ଅଧିକା ହୋଇଗଲେ ତାହା ସୁନ୍ଦରତାକୁ ଖରାପ କରିଦେଇଥାଏ ।ଚେହେରାର ସୁନ୍ଦରତା ଏବଂ ପତଳା କରିବାକୁ କିଛି ଟିପ୍ସ ଯାହା ଚେହେରାକୁ ସୁନ୍ଦର ବନେଇବାରେ ସାହାର୍ଯ୍ୟ କରିଥାଏ ।

.ଦିନରେ ଅଧିକରୁ ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ।
.ନିଜ ଡାଏଟରେ କମ କ୍ୟାଲୋରୀର ଖାଦ୍ୟ ସାମିଲ କରନ୍ତୁ ।
.ଖାଦ୍ୟରେ କମ ଚିନି ଓ ଲୁଣର ବ୍ୟବହାର କରନ୍ତୁ ।
.ଆରୋବିକ ଏକ୍ସରସାଇଜ ନିଜ ଜିବନ ଶୈଳିରେ ସାମିଲ କରନ୍ତୁ ।
.ଚେହେରା ପାଇଁ ଏକ୍ସରସାଇଜ ସହ ଫେସ ମସାଜ କରନ୍ତୁ ।
.ପ୍ରତିଦିନ ୭ ଘଣ୍ଟା ବିଶ୍ରାମ କରନ୍ତୁ ।
.ମଦ୍ୟପାନ ଏବଂ ସ୍ମୋକିଙ୍ଗ ଛାଡ଼ିବା ଦ୍ୱାରା ଚେହେରାରେ ଉଜ୍ଜ୍ୱଳତା ଆସିଥାଏ ।