ସାପ କାମୁଡ଼ାରେ ସାପ ଧରାଳି ଗୁରୁତର

ଅନିଲ ପ୍ରଭାତ ଭତ୍ରା/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଦଳେଇଗୁଡାଠାରେ ଆଜି ଜଣେ ସାପ ଧରାଳି ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି । ତାଙ୍କ ନାମ ହେଉଛନ୍ତି ଭଗବାନ ଦିଶାରୀ । ତାଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ସୂଚନା ମୁତାବକ ଦଳେଇଗୁଡ଼ାର ଗୋବିନ୍ଦ ଜୈନଙ୍କ ଘରେ ଆଜି ସାପ ବାହାରିବା ଖବର ପାଇ ଭଗବାନ ଯାଇଥିଲେ । ସାପଟିକୁ ଧରି ଏକ ପ୍ଲାଷ୍ଟିକ ବୋତଲରେ ଭର୍ତି କରିବା ସମୟରେ ସାପ ତାଙ୍କୁ କାମୁଡି ଦେଇଥିଲା । ସାପକୁ ଧରି ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଥିଲେ । ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ସାପଟି ନାଗ ପ୍ରଜାତିର ବୋଲି ଜଣାପଡିଛି । ତେବେ ଭଗବାନ ପୂର୍ବରୁ ବହୁ ଥର ଅଞ୍ଚଳରେ ସେ ସାପ ଧରିଛନ୍ତି, ଆଜି ଟିକେ ଅସାବଧାନତା ଯୋଗୁଁ ସାପ କାମୁଡାର ଶିକାର ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି ।