(ପାରଳାଖେମୁଣ୍ଡି ) : ସିଲ୍ ହେଲା ୨ଟି ସିନେମା ହଲ୍। ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲକୁ ସିଲ୍ କରାଯାଇଥିବା ବେଳେ କୋଭିଡ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ଏକ ତେଲୁଗୁ ଫିଲ୍ମ ଓକିଲ ସାହେବ୍ ରିଲିଜ୍ ହୋଇଥିଲା। ଏହାକୁ ଦେଖିବାକୁ ଏହି ୨ ସିନେମା ହଲରେ ପ୍ରବଳ ଭିଡ ସୃଷ୍ଟି ହୋଇଥିଲା। ଯାହାଫଳରେ ଟିକେଟ କାଉଣ୍ଟର ଆଗରେ ପୋଲିସ ଲାଠି ମାଡ କରିଥିଲା।