Shubman Gill: ଆହତ କାରଣରୁ କୋଲକାତା ଟେଷ୍ଟରୁ ବାଦ ପଡିଲେ କ୍ୟାପଟେନ୍ ଶୁଭମନ୍ ଗିଲ୍। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ ମଧ୍ୟରେ ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କୁ ଟେଷ୍ଟ ମଝିରେ ହଠାତ୍ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ମ୍ୟାଚର ଦ୍ୱିତୀୟ ଦିନରେ ଗିଲଙ୍କ ବେକରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ରିଟାୟାର୍ଡ ହର୍ଟ ହେବାକୁ ପଡିଛି । ତାଙ୍କୁ ଏବେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେ ଏବେ ଆଇସିୟୁରେ ଆଡମିଟ୍ ଅଛନ୍ତି। ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି।

ଗତ ଶନିବାର, ନଭେମ୍ବର 15 ତାରିଖ, ମ୍ୟାଚ୍ର ଦ୍ୱିତୀୟ ଦିନ ଥିଲା। ଶୁଭମନ ବ୍ୟାଟିଂ କରିବାକୁ ଆସିଥିଲେ ଓ ସଟ୍ ଖେଳିବା ସମୟରେ ତାଙ୍କ ପିଠି ଓ ବେକରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡିଥିଲା।ପୂର୍ବରୁ ବେକରେ ଯନ୍ତ୍ରଣା ହୋଇଥିବା ବିସିସିଆଇ ରିପୋର୍ଟ କରିଥିଲା। ଲାଟେଷ୍ଟ ଅପଡେଟ୍ ଅନୁସାରେ, ଭାରତୀୟ ଅଧିନାୟକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଉଡଲ୍ୟାଣ୍ଡସ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କୁ ଇଣ୍ଟେନସିଭ୍ କେୟାର ୱାର୍ଡରେ ରଖାଯାଇଛି। ଚିକିତ୍ସା ପାଇଁ ଆବଶ୍ୟକୀୟ ସ୍କାନ ଓ ଏମଆରଆଇ ଶେଷ ହୋଇଛି। ଭାରତୀୟ ଅଧିନାୟକ ସମ୍ପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି।କୋଲକାତାରେ ଚାଲିଥିବା ଟେଷ୍ଟ ମ୍ୟାଚ୍ରେ ଶୁଭମନ ଗିଲ୍ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ସାଇମନ ହାର୍ମରଙ୍କ ବିପକ୍ଷରେ ଏକ ସ୍ୱିପ୍ ସଟ୍ ମାରି ନିଜର ଖାତା ଖୋଲିଥିଲେ। କିନ୍ତୁ, ସେ ସଟ୍ ଖେଳିବା ସମୟରେ ତାଙ୍କ ବେକରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହା ଦେଖି ଟିମ୍ ଇଣ୍ଡିଆର ଫିଜିଓ ପଡ଼ିଆକୁ ଆସିଥିଲେ। ସେ ଶୁଭମନଙ୍କ ସ୍ଥିତି ପରଖିଥିଲେ ଓ ତୁରନ୍ତ ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ।