ପୁରୀ-: ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା । ଏତଲା ଦେଲେ ଦାମୋଦର ଶ୍ରୀମନ୍ଦିର ସେବକ ଦାମୋଦର ମହାସୁଆର ଓ ଅନ୍ୟ ୪୦ ରୁ ଉର୍ଦ୍ଧ୍ଵ ସେବକ । ରଥ ଉପରୁ ବରିଷ୍ଠ ସେବକଙ୍କୁ ଅଣ ସେବକ କହି ମୁଖ୍ୟ ପ୍ରଶାସକ ଓହ୍ଲାଇ ଦେଇଥିଲେ ବୋଲି ଏତଲା ରେ ଉଲ୍ଲେଖ ରହିଛି । ଶ୍ରୀଗୁଣ୍ଡିଚା ଦିନ ଅପରାହ୍ନରେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଚଢ଼ି ପ୍ରଭୁଙ୍କ ଚାରିପଟେ କାହିଁକି ବୁଲୁଥିଲେ ମୁଖ୍ୟ ପ୍ରଶାସକ, ତାଙ୍କୁ କିଏ ଅଧିକାର ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ସେବକ ।