ରାଜଧାନୀରେ ଲକଡାଉନ କଟକଣା ଆହୁରି କୋହଳ,ଦ୍ୱନ୍ଦରେ ଅଧା ଦୋକାନୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣ କଟକଣା କୋହଳ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ବଜାର ଖୋଲିଥିଲା । ହେଲେ ବିଏମସି ଓ କମିଶନରେଟ ପୋଲିସ ମଧ୍ୟରେ ତାଳମେଳ ରହୁ ନ ଥିବା ବେଳେ ଉଭୟ ଗ୍ରାହକ ଓ ଦୋକାନୀ ଦ୍ୱନ୍ଦରେ ପଡିଯାଇଛନ୍ତିି । କିଛି ଦୋକାନୀ ପୋଲିସ ମାଡ ଭୟରେ ଦୋକାନ ଖୋଲୁ ନ ଥିବା ବେଳେ ଆଉ ଗ୍ରାହକ ମାନେ ପୂର୍ବ କଟକଣା ଜାରି ରହିଥିବାରୁ ପୋଲିସ ରାସ୍ତାରେ ଯାଞ୍ଚ ଭୟରେ ମଧ୍ୟ ଆସୁ ନାହାଁନ୍ତି । ଅନ୍ୟପଟେ ବିଏମସି ନିର୍ଦ୍ଦେଶାବଳୀ ସ୍ପଷ୍ଟ ନ ଥିବାରୁ ଅଧା ଦୋକାନୀ ଖୋଲିବା ସମ୍ଭବ ହୋଇ ନ ଥିଲା । ସେହିଭଳି ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ମାତ୍ର ୩ ରୁ ୪ ଘଣ୍ଟା ପାଇଁ ଅଧିକାଂଶ ଦୋକାନୀ ଦୋକାନ ଖୋଲିବାକୁ ରାଜି ହୋଇ ନ ଥିଲେ । ଏମିତି ଅବସ୍ଥା ରାଜଧାନୀର ପ୍ରାୟ ବଡ ବଡ ବଜାରରେ ହୋଇଛି । ସହୀଦନଗର, ଅଶୋକନଗର, ଓ କଟକ ରୋଡରେ ମଧ୍ୟ ବହୁ ବ୍ୟବସାୟୀ ଦ୍ୱନ୍ଦରେ ପଡି ଦୋକାନ ଖୋଲି ନ ଥିଲେ । କଟକ ରୋଡରେ ପ୍ରାୟ ଅଳ୍ପ ସଂଖ୍ୟକ ଦୋକାନ ଖୋଲା ରହିଥିଲା । ପାଣି ପାଇପ ଦୋକାନ, ମଟର ଦୋକାନ, ଟାୟାର ଦୋକାନ ଓ ଗ୍ୟାରେଜ ଖୋଲାଥିଲା । କିଛି ବ୍ୟବସାୟୀ ଅଭିଯୋଗ ଅନୁଯାୟୀ ବିଏମସି ଜାରି କରିଥିବା ନୋଟିସ ଇଂରାଜୀରେ ଲେଖା ହୋଇଛି ତାହା ବୁଝିବା କଷ୍ଟକର ଯାହାକି ଅଧିକ ସମସ୍ୟା ସୃଷ୍ଟି ହେଉଛି । ସେହିଭଳି ବାପୁଜୀନଗର ଅଞ୍ଚଳରେ ଆଜି କିଛି ଦୋକାନ ଖୋଲିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ ଗୁଡିକୁ ବନ୍ଦ କରିଥିଲା । ବିଏମସି ପଞ୍ଜିକରଣ ପ୍ରଦର୍ଶନ କରିବାରେ ଅସମର୍ଥ ହେବାରୁ ବହୁ ଦୋକାନୀକୁ ଦୋକାନ ଖୋଲିବାକୁ ଦେଇ ନ ଥିଲା ପୋଲିସ । ଫଳରେ ଇଲେକ୍ର୍ଟ୍ରୋନିକ୍ସ ଦୋକାନ ଖୋଲି ପାରି ନ ଥିଲା । କେବଳ କିଛି ରିପାରିଂ ଦୋକାନ ଖୋଲିଥିଲା । ତେବେ ପରେ ମୋବାଇଲ ରିଟେଲର ବ୍ୟବସାୟୀ ସଂଙ୍ଘ ବିଏମସି ଅଫିସ ଯାଇ ଅଭିଯୋଗ ପରେ ସେମାନଙ୍କୁ ମୌଖିକ ନିର୍ଦ୍ଦେଶ ଦିଆଯାଇଥିଲା । ସେତେବେଳକୁ ଅପରାହ୍ନ ୨ଟା ବାଜି ସାରିଥିବାରୁ ବହୁ ଦୋକାନୀ ଖୋଲିବାକୁ ଆଉ ଇଛା କରି ନ ଥିଲେ । ଯାହାକି କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ତାହା ବ୍ୟବସାୟୀମାନେ ବୁଝିପାରି ନ ଥିଲେ । କାରଣ ବିଏମସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଚିଠିଟି ଇଂରାଜୀ ରେ ଲେଖାଥିବାରୁ ଏଭଳି ଦ୍ୱନ୍ଦ ସୃଷ୍ଟି ହେଇଛି । ଯାହାକି ବ୍ୟବସାୟୀମାନେ ଦ୍ୱନ୍ଦରେ ପଡି ଦୋକାନ ମଧ୍ୟ ଖୋଲୁ ନାହାଁନ୍ତି । ଏହା ସହ ଯେଉଁ ଦୋକାନ ଗୁଡିକୁ ଖୋଲିବାକୁ ବିଏମସି ପରାମର୍ଶ ଦେଇଛି ପୋଲିସ କର୍ମଚାରୀ ସେମାନଙ୍କୁ ବନ୍ଦ କରିବାକୁ କହିଥିବା କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଏହା ସହ ବିଏମସି ଦେଇଥିବା ପ୍ରମାଣ ନିର୍ଦ୍ଦେଶକୁ ପୋଲିସ କର୍ମଚାରୀମାନେ ଦୋକାନୀ ଗୁଡିକୁ ମାଗୁଥିବା କହିଛନ୍ତି । ତେବେ ଏହି ଦୋକାନୀମାନଙ୍କ ଦ୍ୱନ୍ଦ ଶିଘ୍ର ଦୂର କରନ୍ତୁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।