ପୋଲିସ ସ୍କାନରରେ ଶିବର ସହଯୋଗୀ !

ସାଲେପୁର /ଜ୍ୟୋସ୍ନା ରାଣୀ ସିଂହ : ସରିଛି ଅଭିଯୁକ୍ତ ଶିବର ତିନିଦିନିଆ ରିମାଣ୍ଡ । ହେଲେ ଏକାକୀ ଶିବ କେମିତି ୫ ଜଣଙ୍କୁ ମାରିଲା , ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଜେରା ବେଳେ ଶିବ କହିଛି, ସେ ଏକା ହିଁ ମାରିଛି । କିନ୍ତୁ ଏହି କଥାକୁ ବିଶ୍ୱାସ କରିପାରୁନି ପୋଲିସ । ଯଦି ନିଶାଦେଇ ଅଭିଯୁକ୍ତ ଶିବ ହତ୍ୟା କରିନି ,ତାହେଲେ କିପରି ମାରିଲା, ନା ତା ସହିତ ଆଉ କିଏ ସାମିଲ ଥିଲେ ତାକୁ ନେଇ ଖୋଳତାଡ କରୁଛି ପୋଲିସ । ଦ୍ୱିତୀୟ ଦିନରେ ପୋଲିସ ଆଗରେ ସତ ଓଗାଳୁ ଥିଲା ଅଭିଯୁକ୍ତ ଶିବ ।

କିନ୍ତୁ କେଉଁ ମାନେ ତାକୁ ସହ ଯୋଗ କରିଥିଲେ ,ଏ ସଂମ୍ପର୍କରେ କିଛି ପୋଲିସ ଆଗରେ ବୟାନ ଦେଇନାହିଁ । ସେପଟେ ହତ୍ୟାରେ ବ୍ୟବହୃତ ହୋଇଥିବା କଟୁରୀକୁ ଶାଣ କରିଥିବା ପ୍ରଦୀପ ମହରାଣାକୁ ପଚରାଉ ଚରା କରିଥିଲା ପୋଲିସ । ପ୍ରଥମ ଦିନରୁ ଗୋଟିଏ ଦିନ ଶିବର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କ୍ରାଇମ ରିକ୍ରିଏସନ ହୋଇପାରିନଥିଲା । କିନ୍ତୁ ଶିବ ସୁସ୍ଥ ହେବାପରେ ରିମାଣ୍ଡର ୨ୟ ଦିନରେ ଡମୋ ଦେଖାଇବା ପାଇଁ ମାହାଙ୍ଗା ପୋଲିସ ସ୍ପଟ୍ ଉପରକୁ ନେଇଥିଲା । ୨ଦିନ ରିମାଣ୍ଡରେ ପୋଲିସ ଶିବକୁ ମାରାଥନ ଜେରା କରି ସତ ଓଗାଇଥିଲା । କିନ୍ତୁ ୫ ଜଣଙ୍କୁ ଏକାସାଙ୍ଗରେ କେମିତି ହତ୍ୟା କଲା ,ତାହା ଏବେବି ସନ୍ଦେହ ଘେରରେ । ଏଷୀ ଗଣହତ୍ୟାକରିବା ପାଇଁ ସୁଚିନ୍ତିତ ଯୋଜନା କରୀଥୀବା କଥା, ପୋଲିସ ଆଗରେ ମାନିଥିଲା ଶିବ ।

କିନ୍ତୁ ଏହି ଯୋଜନାରେ ଶିବକୁ କେଉଁ କେଉଁ ମାନେ ସାହାଯ୍ୟ ସହ ଯୋଗ କରିଥିିଲେ ,ସେମାନେ ଏବେ ପୋଲିସ ସ୍କାନରେ ଥୀବା କୁହାଯାଉଛି । ଦରକାର ପଡିଲେ ଶିବକୁ ପୁଣି ରିମାଣ୍ଡରେ ଆଣିବାକୁ ଯୋଜନା କରିପାରେ ତଦନ୍ତ କାରୀ ଟିମ୍ । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ତଦନ୍ତ ଆଗେଇ ପାରୁନ ଥି ଜଣାପଡିଛି । ତେବେ ଅଭିଯୁକ୍ତ ଶିବ ରିମାଣ୍ଡରେ ପୋଲିସ ଆଗରେ କେତେ ସତ କହିଛି , ତାହା ଉପରେ ପୋଲିସର ଉଚ୍ଚ ପଦାଧିକାରୀ ପ୍ରଫୁଲ କର ମାନେ ଛାନଭିନ କରୁଛନ୍ତି ।