କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍ମାର କରାଯାଇଛି । ଏନେଇ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ଆଜି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୁଦ୍ଧରେ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେଇଛି । ନିକଟରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ତେବେ ନିକଟରେ ପୁଅ ମନ୍ମଥ ପାଇଁ ସେ ପ୍ରଚାର କରୁଥିବା ଏବଂ ବିଜେଡି କାର୍ଯ୍ୟରଳୟରେ ତାଙ୍କୁ ଦେଖିବାକୁ ମିଳିଥିଲା ।
ନିକଟରେ ସୁରଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜ ପୁଅ ତଥା ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟକୁ ଭୋଟ ଦେବାକୁ ଅପିଲ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଗୁରୁତର ସହ ଗ୍ରହଣ କରି କଂଗ୍ରେସ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହା ର ଜବାବରେ ଜଟଣୀର ବିଧାୟକ ସୁର କହିଥିଲେ ଯେ , ସେ କୌଣସି ରାଜନୈତିକ ଭାଷଣ ଦେଇ ନାହାନ୍ତି କି ପୁଅ ପାଇଁ ପ୍ରଚାର କରି ନାହାନ୍ତି । ଏଆଇସିସି ଓ ପିସିସି ଯାହା ଦଣ୍ଡ ଦେବେ ଗ୍ରହଣ କରିବି ।