ସାଲକାଠ ବୋଝେଇ ପିକଅପ ଗାଡି ଜବତ : ୨ଜଣ ଗିରଫ

ରାଇଘର/ ଲଳିତ ସୁନାନୀ : ବନ ବିଭାଗର ବଡ ସଫଳତା । ସାଲକାଠ ବୋଝେଇ ପିକଅପ ଗାଡି ଜବତ କରିଛି ବନବିଭାଗ । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗରେ । ସୂଚନାନୁସାରେ , ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବାବେଳେ ମହିନ୍ଦ୍ରା ବୋଲେରୋ ପିକଅପ ନାମକ ଏକ ଡାଲା ଗାଡିରେ ୯ ଗୋଟିଏ ସାଗୁଆନ ପିସ୍ ଚୋରାଚାଲାଣ ହେଉଥିବାକୁ ଜବତ କରିବା ସହ ଦୁଇ ଜଣ ଗିରଫ କରିଥିବା ଦେଖିବାକୁ ମିଳିଛି।

ରାଇଘର ରେଞ୍ଜର ତନୁଜା କାର୍ତ୍ତିକଙ୍କ ନିର୍ଦ୍ଦେଶ କ୍ରମେ,ଫରେଷ୍ଟଗାର୍ଡ ଭୁବନେଶ୍ ପୂଜାରୀ, ଲାଲୁ ବିଶୋଇ,ଗୋକୁଳ ମଣ୍ଡଳ,ଙ୍କ ସହ ପାରା ଫରେଷ୍ଟ ଷ୍ଟାଫ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ , ରେଙ୍ଗାଭାଟି ଠାରୁ ରାଜାପୁଟି ଆସୁଥିବା ବେଳେ ସୋନପୁର ଛକ ନିକଟରେ ସାଲକାଠ ଦୁଆରବନ୍ଦ ବୋଝେଇ ପିକଅପ ଗାଡି ସହ ଦୁଇ ଜଣଙ୍କୁ ଧରି ରାଇଘର ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ପରେ ସମସ୍ତ କାଠ ର ମାପ କରାଯାଇ ଚୋରା ଚାଲାଣ କାରୀ ଏବଂ ଗାଡ଼ି ମାଲିକ ସନ୍ତୋଷ ସାମନ୍ତରାୟ ର ନାଁରେ ଏକ ମାମଲା ରୁଜୁ କରି ଅଟକ ରଖିଥିବା ଜଣାପଡିଛି ।

ବନବିଭାଗ ର ସୂଚନାନୁଯାୟୀ ଜବତ ୯ଖଣ୍ଡ ସାଲ କାଠ ଦୁଆରବନ୍ଦ ଯାହାର ଆନୁମାନିକ ମୁଲ୍ୟ ୧୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ପ୍ରକାଶ ଥାଉକି ଅଟକ ଥିବା ଗାଡ଼ି ମାଲିକ ସନ୍ତୋଷ ଜବତ୍ ହୋଇଥିବା କାଠ ନିମନ୍ତେ ଏକ ଦସ୍ତାବିଜ ( ବିଲ୍ ) ସଂଗ୍ରହ କରି ବନବିଭାଗ କୁ ପୈଠ କରିଥିବା ବେଳେ ଯାଂଚ ସମୟରେ ତାହା ଫ୍ଲସ ବୋଲି ଜଣା ପଡ଼ିଲା। ଏହି ଘଟଣା ନେଇ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ବନ ବିଭାଗ ପିକଅପ ସହ କାଠ ଜବତ କରିଛି ଯାହାକି ବନ୍ ବିଭାଗ ର ବଳ ସଫଳତା ମିଳିଛି ଯାହାକି ବୁଦ୍ଧି ଯିବି ମହଲ ରେଚର୍ଚ୍ଚା ହେଇଛି।