(ସାଲେପୁର / ଜ୍ୟୋସ୍ନାରାଣୀ ସିଂହ) : କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର -ନେମାଳ ରାସ୍ତାର ନାହାଳପୁର ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ନାହାଳପୁରର ୩୮ ବର୍ଷିୟ ଯୁବକ ହେମନ୍ତ ଦାସଙ୍କ ମୃତ୍ୟୁ। ହେମନ୍ତ ବଜାରରେ କ୍ଷୀର ବିକ୍ରୀ କରି ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଲାପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ହେମନ୍ତ କ୍ଷୀର ବିକ୍ରୀ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ହେମନ୍ତଙ୍କ ଦୁଇ ଟି ଛୋଟ ଛୋଟ ପିଲା ସହ ପତ୍ନୀ ଅଛନ୍ତି। ହେମନ୍ତଙ୍କ ଅକାଳ ମୃତ୍ୟୁରେ ପରିବାର ଏବେ ଅନାଥ ହୋଇଗଲେ। ତେଣୁ ତାଙ୍କ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ସରକାରଙ୍କୁ ଅନୁରୋଧ କରିଛନ୍ତି। ଏପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ନେମାଳ ପୋଲିସ ଜବତ୍କରି ବାସ ହସଂ ପୃକ୍ତ ଟ୍ରକ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ମୃତ ହେମନ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ନେମାଳ ପୋଲିସ।