୨୧ଜିଲ୍ଲାରେ ଆଜି ସ୍କୁଲ ଓ କଲେଜ ବନ୍ଦ ଘୋଷଣା
ଲଗାଣ ବର୍ଷା ତାମିଲନାଡୁର ଚେନ୍ନାଇ ସ୍ଥିତିକୁ ପୂରା ବେହାଲ କରିଦେଇଛି। ବୁଧବାର ଦିନ ତମାମ ବର୍ଷା ଲାଗି ରହିଛି ।
(ତାମିଲନାଡୁ) : ଲଗାଣ ବର୍ଷା ତାମିଲନାଡୁର ଚେନ୍ନାଇ ସ୍ଥିତିକୁ ପୂରା ବେହାଲ କରିଦେଇଛି। ବୁଧବାର ଦିନ ତମାମ ବର୍ଷା ଲାଗି ରହିଛି । ଗତକାଲି ୨ ସେମି ଯାଏ ବର୍ଷା ରେକର୍ଡ କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଆଜି ଥିରୁଭାଲ୍ଲୁର, ଚେନ୍ନାଇ, କାଞ୍ଚୀପୁରମ ଓ ରାଣୀପେଟ୍ଟାଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସୂଚନାନୁଯାୟୀ , ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୨୧ଟି ଜିଲ୍ଲାରେ ଆଜି ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ସାଲେମ, ଟ୍ରିଚୀ ଓ ଥିରୁଭାନାମାଲ୍ଲାଇରେ କେବଳ ସ୍କୁଲ ବନ୍ଦ ରହିଛି। ଏଠାରେ କଲେଜ ଖୋଲା ରହିଛି। କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଯେ ବର୍ତ୍ତମାନ ବଙ୍ଗୋପ ସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ରହିଛି। ଏହା ଆମ ଆଡ଼କୁ ଆସୁଛି। ସେହିପରି ଆରବ ସାଗରରେ ବି ଗୋଟିଏ ଲଘୁଚାପ ରହିଛି। ପୂର୍ବ ଓ ପଶ୍ଚିମରେ ଏପରି ଦୁଇଟି ଲଘୁଚାପ ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।