(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକ୍ ତୋରକୋର ପଞ୍ଚାୟତ ମଲିଆତୁଠ ପ୍ରକଳ୍ପର ପ୍ରାଥମିକ ବିଦ୍ୟାଳୟ ଚାଲିଛି ଗ୍ରାମ ଗେଲବାଇ ଠାକୁରାଣୀ ମନ୍ଦିର ଭିତରେ । ମନ୍ଦିର ଉପରେ ୩୩ କେ ବି ବିଦ୍ୟୁତ ତାର ଛାତକୁ ଲାଗିଛି ଓ ଦୁଆର ମୁହଁରେ ଝୁଲୁଛି। ପଛପଟେ କୁସଭଦ୍ରା ନଦୀ। ପିଲାମାନେ ମଧ୍ୟନ ଭୋଜନ ଖାଇ ହାତ ଧୋଉଛନ୍ତି ଏଇ ନଦୀରେ । ୩୦ ପିଲାମାନଙ୍କ ଭବିଷ୍ୟତ ନଦୀ ଓ ବିଦ୍ୟୁତ ତାର ରେ ଗଢାଯାଊଛି। ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢାଚାଲିଛି ମନ୍ଦିର ଭିତରେ । । ମାଁ ଙ୍କ ପୁଜା ସମୟରେ ଘଣ୍ଟ ବାଜିଲେ ପିଲାମାନେ ବାହାରକୁ ଆସନ୍ତି ଓ ପୁଜା ସରିଲେ ପୁଣି ପଠପଡାଯାଏ। ସ୍କୁଲ ପାଖରେ ନଳକୂପ ର ସୁବିଧା ନଥିବାରୁ ପିଲାମାନେ ନଦୀ ର ପାଣି ପିଉଥିବାରୁ ରୋଗ କ୍ରାନ୍ତ ହୁଅନ୍ତି ବୋଲି ଗ୍ରାମବାସୀ କୁହନ୍ତି। ନଦୀ କୁ ଥାଳି ଧୋଇବା ପାଇଁ ଯାଇ ଠେଲାପେଲାରେ ଗୋଡ଼ ଖସି ପାଣିରେ ପଡିଥାନ୍ତି ବୋଲି କୁହନ୍ତି ଛାତ୍ରଛାତ୍ରୀ। ଏନେଇ ଗ୍ରାମବାସୀ ପୁରୀ ଜିଲ୍ଲାପାଳ ଶିକ୍ଷା ଅଧିକାର କୁ ବାରମ୍ବାର ଅଭିଯୋଗ କରିଥିଲେ। ସ୍ଥାନୀୟ ବିଧାୟକ ଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ ଠାରୁ କିଛି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ କୁହନ୍ତ ।। ଏନେଇ ଗୋପ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପଚରିବାରୁ ଘଟଣା କୁ ତଦନ୍ତ କରି ଖୁବ ଶୀଘ୍ର ସ୍କୁଲ ଘର ନିର୍ମାଣ ନିମନ୍ତେ ଉପର ଅଫିସର ଙ୍କୁ ଜଣାଇବି ବୋଲି କହିଛନ୍ତି ।