ଆଜି କଟକର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

(ସୌମ୍ୟ ରଂଜନ ସେଠୀ ) : ଲଗାଣ ବର୍ଷା ପାଇଁ କଟକ ସହରର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଆଜି ବନ୍ଦ, ଦିନକ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଦୁଇଦିନ ହେବ ବର୍ଷା ଲାଗି ରହିଥିବାରୁ କଟକ ସହରର ତଳିଆ ଅଚଂଳ ଗୁଡିକ ଜଳମଗ୍ନ ହୋଇଯାଇଛି, ସିଏମସି ପକ୍ଷରୁ ଜଳ ନିଷ୍କାସନ ଜାରି ରହିଛି । ବିଭିନ୍ନ ଅଂଚଳରୁ ଜଳ ନିଷ୍କାସନ କରିବା ପାଇଁ ୧୩୦ ଟି ପମ୍ପ ଲଗାଯାଇଛି ।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଛି । ସେପଟେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଂଚଳରେ ମଧ୍ୟମ ଧରଣର ବର୍ଷା ବା ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ରେଡ୍ ଆଲର୍ଟ ଜାରି କରାଯାଇଛି ।