(ଶୁଭସ୍ମିତା ଦଶ): ପୁଣି ବ୍ୟାଙ୍କରୁ ପଇସା ଉଠାଇବ ଉପରେ ଲାଗିଲା କଟକଣା । ବିମୁଦ୍ରିକରଣ ହେବା ଦିନ ଠାରୁ ବ୍ୟାଙ୍କ ଗୁଡ଼ିକରେ ଏପରି ସମସ୍ୟା ଲାଗିରହୁଛି । ପ୍ରର୍ଯ୍ୟାପ୍ତ ମୁତାବକ ନୋଟ ନଥିବାରୁ ଏପରି ସମସ୍ୟା ଊପଜୁଛୁ । ତେଣୁ କରି ପଇସା ଉଠାଇବାରେ କଟକଣା କରାଯାଉଛି । ବର୍ତମାନ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଏସବିଆଇ ପଇସା ଉଠାଇବାରେ କଟକଣା ଜାରି କରିଛି । ନୂଆ ନିୟମ ଅନୁସାରେ, ଏବେ ଆପଣ ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ଟଙ୍କା ହିଁ ଉଠାଇ ପାରିବେ । ଯାହାକି ଚଳିତ ମାସ ଶେଷ ତଥା ଅକ୍ଟୋବର ୩୧ରୁ ହିଁ ଲାଗୁହେବାକୁ ଯାଉଛି । ତେବେ ୩୧ ଅକ୍ଟୋବରରୁ ବ୍ୟାଙ୍କ ଗ୍ରାହକ ମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ବର୍ତ୍ତମାନ ଏହି ସୀମା ୪୦ ହଜାର ଟଙ୍କା ରହିଛି ।
ଏସବିଆଇ ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିର୍ତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କ୍ୟାସ ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କରୁ ନିଷ୍ପତି ନିଆଯାଇଛି । ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।
ସରକାର ଡିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦେବା ସତ୍ୱେ ବି କ୍ୟାସ ଉଠାଣକୁ ନେଇ ନିୟମ କଡାକଡି କରିଛନ୍ତି । ଆକଳନ ଅନୁସାରେ, ବଜାରରେ କ୍ୟାସ୍ ଫ୍ଲୋ ନୋଟବନ୍ଦୀ ଦ୍ୱାରା ପୂର୍ବ ସ୍ତରରେ ପହଂଚିଯାଇଛି । ସେହିପରି ଗତ କିଛି ବର୍ଷରୁ କିଛି ଏଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଡର କ୍ଲୋନ ବାଲା ଟାଉଟର ବ୍ୟାଙ୍କ ଗ୍ରାହକଙ୍କ ଡେବିଟ୍ କାର୍ଡର ପିନ ଚୋରିରେ ଲଗାଯାଇଥିବା କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଡିଭାଇସରୁ ଜାଣିନେଉଥିଲେ ।