ପ୍ରୋଟିନରେ ଭରପୁର ଛତୁଆ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଖରାଦିନରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏପରି ସମୟରେ ଛତୁଆ ଏକ ଉତ୍ତମ ବିକଳ୍ପ ଅଟେ। ବିହାର, ପଶ୍ଚିମ ବଙ୍ଗ ଓ ଉତ୍ତରପ୍ରଦେଶରେ ମଧ୍ୟ ଏହାର ଅଧିକ ବ୍ୟବହାର କରାଯାଏ। ଏହା ଶରୀରକୁ ଥଣ୍ଡା ରଖିଥାଏ। ଏଥିରେ ଭରପୁର ମାତ୍ରରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଛି। ଏହାର ଉପକାରିତା ଗୁଣ ବିଷୟରେ ଜାଣନ୍ତୁଟ୍ଟ.
ଛତୁଆ ଖାଇବା ଦ୍ୱାରା ଅଧିକ ସମୟ ପର୍ୟ୍ୟନ୍ତ ଭୋକ ଲାଗିନଥାଏ। ଯେଉଁମାନଙ୍କୁ ବାରମ୍ବାର ଭୋକ ଲାଗେ, ସେମାନଙ୍କ ପାଇଁ ଏହା ଖୁବ ଲାଭଦାୟକ।
ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି।
ଏହାକୁ ଖାଇବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହାର ସେବନ ଦ୍ୱାରା ଯକୃତ ସୁସ୍ଥ ରହିଥାଏ।
ଏଥିରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ଅଟେ।
ରକ୍ତଚାପ ଜନିତ ରୋଗୀଙ୍କ ପାଇଁ ମଧ୍ୟ ବେଶ ହିତକାରକ।