ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ,କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଆନକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ତେବେ ଆସନ୍ତା ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଳିତ ହେବ । ଏହି ସପ୍ତପୁରୀ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ କରାଯାଇଥାଏ ।