ମହାପ୍ରଭୁ ଜଗନ୍ନାଥଙ୍କ ବାଲୁକା ରଥ ତିଆରି କରି ସ୍ବର୍ଣ୍ଣ ପଦକ ଜିତିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ / ସଞ୍ଜୟ ମହାପାତ୍ର: ମହାପ୍ରଭୁ ଜଗନ୍ନାଥ ଙ୍କ ବାଲୁକା ରଥ ତିଆରି କରି ସ୍ବର୍ଣ୍ଣ ପଦକ ଜିତିଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ଋଷର ସେଣ୍ଟଫିଟରସକଡ଼ ରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ବାଲୁକା କଳା ଚମ୍ପିୟନସିପ 2024ରେ golden sand ମାଷ୍ଟର ଆୱାର୍ଡ ଓ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଶା ଯୁବବର୍ଗ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ନିର୍ମାଣ କରିଥିବା ୧୨ ଫୁଟ ଉଚ୍ଚ ବାଲୁକାକଳାରେ ନିର୍ମାଣ କରିଥିବା ରଥାରୁଡ଼ ଶ୍ରୀଜଗନ୍ନାଥ ଏବଂ ଭକ୍ତ ବଳରାମ ଦାସ ଙ୍କୁ ପ୍ରଦଶ୍ରିତ କରିଛନ୍ତି । ଜୁଲାଇ 4ରୁ ୧୨ ତାରିଖ ଯାଏଁ ଏହି ପ୍ରତିଯୋଗିତାରେ ବିଶ୍ୱର ୨୧ଜଣ ମାଷ୍ଟର sand structure ବା ବାଲୁକା ଶିଳ୍ପୀ ମାନେ ଭାଗ ନେଇଥିଲେ । ଭାରତରୁ କେବଳ ସୁଦର୍ଶନ ପଟ୍ଟନାୟକ ପ୍ରତିନିଦିତ୍ବ କରୁଥିଲେ l ପ୍ରତିଯୋଗିତାରେ ଥିମ ଥିଲା ଇତିହାସର ପୁରାଣ ଏବଂ କାହାଣୀ ।