ଲମତାପୁଟ : ପିକ୍ଅପ୍ ଭ୍ୟାନ୍ରୁ ବସ୍ତା ବସ୍ତା ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କଲା ମାଛକୁଣ୍ଡ ପୋଲିସ ।ଗାଡ଼ିରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ବିଶେଷ ସୁତ୍ରରୁ ଖବର ପାଇ କୋରାପୁଟ୍ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଥାନାର ୪ଜଣିଆ ପୋଲିସ ଟିମ୍ କୁସୁବା ଗାଁ ନିକଟରେ ନାକାବନ୍ଦୀ କରିଥିଲେ । ପୂର୍ବରୁ ମିଳିଥିବା ଖବର ମୁତାବିକ ସଦର ବାଲେଲ ଅଞ୍ଚଳରୁ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସିଥିଲା । ଯାହାକୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ପୋଲିସ ଗାଡ଼ି ପିକ୍ଅପ୍ ଭ୍ୟାନ୍ର ପିଛା କରି କାବୁ କରିବାରେ ସଫଳ ହୋଇଥିଲା । ଗାଡି ସର୍ଚ୍ଚ ବେଳେ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ପ୍ରାୟ ୧୬ଟି ବସ୍ତାରେ ୩ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସେହିପରି ଘଟଣାରେ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଘର ବାଲେଲ ଗାଁର ରବି ବିଶୋଇ ବୋଲି ଜଣାପଡିଛି । ଗାଡ଼ି ଥିବା ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ ନେଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଏହିସହିତ ସେ ୨ଜଣ ବ୍ୟକ୍ତିଙ୍କ ଠାରୁ ଗଞ୍ଜେଇ କିଣିଥିବା ମଧ୍ୟ ସ୍ୱୀକାର କରିଛି । ୨ଜଣଙ୍କ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ।