(ତାରାକାନ୍ତ ନାୟକ): କଟକ ଜିଲ୍ଲା ଚାନ୍ଦବାଲିରାସ୍ତାର ବାଲିସାହି ପେଟ୍ରୋଲ ପମ୍ପ ସମ୍ନାରେ ଘଟିଛି ସଡକ ଦୁର୍ଘଟଣା । ଆଜି ସକାଳେ “ପପୁ’ ନାମକ ଏକ ଘରୋଇ ବସ କେନ୍ଦ୍ରାପଡାରୁ କଟକ ଯିବା ସମୟରେ ସମ୍ନାରୁ ଆସୁଥିବା ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସାଇକେଲ ଆରୋହୀଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଦିଆଯାଇଛି । ଗୁରୁତର ଜଣକ ହେଲେ ଅରୋହି ଅଲିପୁର ଗ୍ରାମର ବିପିନ ବିହାରୀ ରାଉତ । ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ତଦନ୍ତ ଚଳାଇଛି ।