ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି

ଭୁବନେଶ୍ୱର-: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା । ତେଣୁ ଏହି ଅବସରରେ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦବାର ଖେଲାଯିବାକୁ ବାରଣ କରାଯାଇଛି ।

ସୂଚନା ମୁତାବକ, ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ବଡ଼ଦାଣ୍ଡରେ ବିକ୍ରି ହୋଇପାରିବନି ମଦ ଓ ଆମିଷ । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି । ଏଥିସହ ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରି ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ସବୁ ଦିନ ପାଇଁ ଏହି ନିୟମ ଲାଗୁ ରହିବ । ଯଦି କେହି ଅମାନିଆ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।