ଭୁବନେଶ୍ୱର : ସରିଲା ଖଗେଶ୍ୱରର ରିମାଣ୍ଡ ଅବଧି | ବ୍ଲାକମେଲ କୁଇନ୍ ଅର୍ଚ୍ଚନା ମାମଲାରେ ଅର୍ଚନା ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି । ତେବେ ଆଜି ଖଗେଶ୍ଵରକୁ କୋର୍ଟରେ ହଜାର କରାଯିବ | କିନ୍ତୁ ଆହୁରି ଅଧିକ ତଥ୍ୟ ପାଇବା ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ ଇଡି | ଅର୍ଚନାର ବ୍ୟାଙ୍କ ବଲନ୍ସଠୁ ଆରମ୍ଭ କରି ତା ସମସ୍ତ କଳା ସାମ୍ରାଜ୍ୟକୁ ମୁଲୁ ପଛ କରିବାକୁ ଅଂଟା ଭିଡିଛି ପ୍ରବର୍ତନ ନିର୍ଦେଶାଳୟ | ତେଣୁ ରିମାଣ୍ଡ ଅବଧି ଭିତରେ ଖଗେଶ୍ୱରକୁ ଘନ ଘନ ପ୍ରଶ୍ନ ସହ ସତ ଓଗାଳୁଛି ଇଡି | ଏଥି ମଧ୍ୟରେ ଖଗେଶ୍ୱର କୁଆଡେ କିଛି ନେତାମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆଣିଥିବା ଶୁଣିବାକୁ ମିଳିଛି |
ତେବେ ଖଗେଶ୍ଵରକୁ ନେଇ ମଧ୍ୟ ଏବେ ବି ଅନେକ ପ୍ରଶ୍ନ ରହସ୍ୟ ହୋଇ ରହିଯାଇଛି | କାହିଁକିନା ଜଣେ ସାଧାରଣ ସେକେଣ୍ଡ ହ୍ୟାଣ୍ଡ କାର ସୋରୁମ୍ ବେପାରୀ କିପରି କୋଟିପତି ହେଲେ ? କେଉଁଠୁ ଏତେ ସମ୍ପତି ଆଣିଲେ ? ଅର୍ଚ୍ଚନାଙ୍କ ହନିଟ୍ରାପରେ ତାଙ୍କର ସମ୍ପୃକ୍ତି କ’ଣ ? ତାହା ଜଣାପଡ଼ିନି | ଏ ପ୍ରଶ୍ନର ଉତ୍ତର ଏବେ ବି ପାଇଁ ପାରିନି ଇଡି | ଏ ସବୁର ତଥ୍ୟ ବାହାର କରିବା ପାଇଁ ପୁଣି ଥରେ ରିମାଣ୍ଡରେ ନେଇପାରେ ଇଡି । ସେପଟେ ଅର୍ଚ୍ଚନାଙ୍କ ଏଣ୍ଡେଭର କାରକୁ ନେଇ ଚର୍ଚ୍ଚା ଲାଗି ରହିଛି । କାର ଲୁଚାଇଥିବା ଯୁବକ ଜାଣଙ୍କ କିଏ ? ଅର୍ଚ୍ଚନାଙ୍କ ସହ ସମ୍ପର୍କ କ’ଣ ? ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ତାଙ୍କର ଲିଙ୍କ କ’ଣ ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି ଇଡି । ଏଣୁ ଯେଉଁ ସ୍ଥାନରୁ କାର ମିଳିଥିଲା, ସେହି ସ୍ଥାନରେ ଯେଉଁ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ।