ବ୍ୟୁରୋ : ଦିଲ୍ଲୀରେ ଫୁଟିଲା ପଦ୍ମ । ଆଜି ଶପଥ ନେଇଛନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଏହି ଅବସରରେ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ବୈଜୟନ୍ତଙ୍କ ନେତୃତ୍ୱରେ ଆପ୍ କୁ ଧୂଳି ଚଟାଇ ବିଜେପି ସରକାର ଗଢିଛି । ତେବେ ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।
दिल्ली के मुख्यमंत्री के रूप में शपथ लेने पर @gupta_rekha जी और उनके पूरे मंत्रिमंडल को हार्दिक बधाई एवं शुभकामनाएँ। दिल्ली की जनता ने अभूतपूर्व जनादेश देकर भाजपा की विकासोन्मुखी नीतियों में अपना विश्वास जताया है और डबल इंजन सरकार को समर्थन व आशीर्वाद प्रदान किया है। मुझे पूर्ण… pic.twitter.com/iok0hG6kma
— Baijayant Jay Panda (@PandaJay) February 20, 2025
ଅରବିନ୍ଦ କେଜ୍ରିୱାଲଙ୍କୁ ଯେ, ଦିଲ୍ଲୀ ମାଟିରେ ଚ୍ୟାଲେଞ୍ଜ କରି ହେବ ତାହାକେହି କେବେ ବିଶ୍ୱାସ କରି ପାରୁ ନ ଥିଲେ। ବୈଜୟନ୍ତ ପଣ୍ଡା କିନ୍ତୁ ନିର୍ବାଚନ ପୂର୍ବରୁ ଆତ୍ମବିଶ୍ଵାସର ସହ କହିଥିଲେ ଏଥର ଦିଲ୍ଲୀରେ ପଦ୍ମ ଫୁଟିବ। ଆଉ ଫଳାଫଳ ସମସ୍ତଙ୍କ ଆଗରେ।
ମୁଖ୍ୟତଃ ବୈଜୟନ୍ତ ଦିଲ୍ଲୀର ପାଣିପାଗ ଦେଖି ଗୋଟି ଚାଳନା କରିବାରେ ବେଶ ଧୂରନ୍ଧର ଅଛନ୍ତି। ନିର୍ବାଚନ ପୂର୍ବରୁ ପ୍ରମୁଖ ନେତାଙ୍କୁ ବିଜେପିରେ ସାମିଲ କରାଇବା ହେଉ କିମ୍ବା ଟିକେଟ ବଣ୍ଟନ କରିବା ହେଉ, ଏଥିରେ ବୈଜୟନ୍ତଙ୍କ ଭୂମିକାକୁ ଦିଲ୍ଲୀ ବିଜେପି ନେତୃବୃନ୍ଦ ବେଶ ଅନୁଭବ କରିଛନ୍ତି।
ଟିକେଟ ବଣ୍ଟାରେ ଦଳୀୟ କମିଟର ଭୂମିକା ଥିଲେ ମଧ୍ୟ ବୈଜୟନ୍ତଙ୍କ କଥାକୁ ଦଳ ଗୁରୁତର ସହ ବିଚାର କରିଛି। ଫଳରେ ଦିଲ୍ଲୀରେ ବିଜେପିକୁ ଆଜି ଏକ ବଡ ସଫଳତା ମିଳିପାରିଛି।