ନୂଆଦିଲ୍ଲୀ : ଆରବିଆଇର ନିସ୍ପତ୍ତିକୁ ନେଇ ସାଧାରଣ ଳୋକଙ୍କୁ ଝଟକା । ଆରବିଆଇ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବଢ଼ାଇ ୬.୨୫% କରିଛି । ଆଉ ଏହିକଥାକୁ ଆଜି ଘୋଷଣା କରିଛନ୍ତି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ । ଏଣିକି ସବୁ ପ୍ରକାର ଲୋନ ହେବ ମହଙ୍ଗା । ୫.୯୦ରୁ ବଢ଼ି ୬.୨୫ ପ୍ରତିଶତ ହୋଇଛି ଏବେ ରେପୋ ରେଟ୍ । ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି, ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଚାଲିଛି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ବୈଶ୍ବିକସ୍ତରରେ ମୁଦ୍ରାସ୍ଫୀତି ବ୍ୟାପକ ଆକାରରେ ବୃଦ୍ଧି ପାଇ ଚାଲିଛି। ଆର୍ଥିକ ବର୍ଷ ୨୩ ନିମନ୍ତେ ଖାଉଟି ମୁଦ୍ରାସ୍ଫୀତି ୬.୭% ଦର୍ଶାଯାଇଥିବା ବେଳେ ଏହାର ବେଗ ମନ୍ଥର କରିବା ଲାଗି ଆମେ ତୀବ୍ର ଦୃଷ୍ଟି ରଖିଛୁ। ଏଣିକି ସବୁ ପ୍ରକାର ଲୋନ ହେବ ମହଙ୍ଗା ।