ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର : ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ | ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ |ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଗିରଫ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ |କାଲି ଭିଜିଲାନ୍ସ ହାତରେ ଧରା ପଡିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ | କିଶୋରଙ୍କୁ ପିଛା କରି ଅରବିନ୍ଦ ନଗର ଠାରେ ଧରିଥିଲା ଭିଜିଲାନ୍ସ | କିଶୋରଙ୍କ ବୁଲେଟରୁ ନଗଦ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ମିଳିଥିଲା |କିଶୋରଙ୍କ ରାୟଗଡ଼ା ସ୍ଥିତ ଭଡା ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ | ଅଧିକାରୀଙ୍କ ରାୟଗଡ଼ା ଭଡା ଘରୁ ମିଳିଥିଲା ୬ ଲକ୍ଷ ୩୦ ହଜାର ଟଙ୍କା | ହସ୍ତକ୍ଷେପ ପରେ ଖୁବ୍ ଶୀଘ୍ର, ମାୟାଲା ମାଣ୍ଡିର ନିକଟରେ ଅବସ୍ଥିତ ତାଙ୍କ ଭଡା ଘର ଖୋଜାଖୋଜି ବେଳେ, ରାୟାଗଡା, ଇଣ୍ଟରସେପ୍ଟ ସ୍ଥାନଠାରୁ ସମୁଦାୟ ନଗଦ ଜବରଦଖଲ ୧୧ ,୩୪ ,୫୬୦ ଟଙ୍କା ଜବତ ହୋଇଛି | ଭୁବନେଶ୍ୱର ତାଙ୍କ ପତ୍ନୀଙ୍କ ବାସଭବନ ଓ ନବରଙ୍ଗପୁର ରେ ଅବସ୍ଥିତ ପିତାମାତାଙ୍କ ଘର ରେଡ ଚାଲିଛି |