ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ୨୦୨୬ ସିଜିନ ଆରମ୍ଭ ହେବା ପୂର୍ବରୁ ଗୁଜବକୁ ନେଇ ବିବାଦ ଦେଖାଦେଲାଣି । ଏବିଷୟରେ ଚେନ୍ନାଇ ସୁପରକିଙ୍ଗସ୍ କୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି ଅଶ୍ୱିନ।

୨୦୨୫ ମେଗା ନିଲାମରେ ଅଶ୍ବିନଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା ସିଏସକେ । ହେଲେ ଏହି ସିଜିନ ତାଙ୍କ ପାଇଁ ନିରାଶଜନକ ରହିଥିଲା । ଅଶ୍ୱିନୀ ୯ଟି ମ୍ୟାଚରେ ମାତ୍ର ୭ୱିକେଟ୍ ନେଇଥିଲେ । ସେ ମାତ୍ର ୩୩ ରନ୍ କରିଥିଲେ । ତାଙ୍କ ଆଇପିଏଲ କ୍ୟାରିୟରରେ ପ୍ରଥମଥର ପାଇଁ ଗୋଟିଏ ସିଜିନରେ ୧୨ରୁ କମ୍ ମ୍ୟାଚ୍ ଖେଳିଥିଲେ । ନିକଟରେ ରିପୋର୍ଟରେ ଦାବି କରାଯାଇଛି ଯେ, ସେ ତାଙ୍କ ଭବିଷ୍ୟତ ବିଷୟରେ ସିଏସକେ ସହିତ କଥା ହୋଇଛନ୍ତି ।

ସେ ଛାଡିବେ କି ନାହିଁ ବିଚାର କରିପାରନ୍ତି । ଅଶ୍ୱିନ ଏହାମଧ୍ୟ କହିଛନ୍ତି, ଆରଆରରେ ଖେଳୁଥିବା ସମୟରେ ପ୍ରଥମବର୍ଷ ପରେ ମୁଁ ସିଇଓଙ୍କ ଠାରୁ ଏକ ମେଲ୍ ପାଉଥିଲି । ଯେଉଁଥିରେ ପରଫରମାନ୍ସ ଏବଂ ବାର୍ଷିକ ଚୁକ୍ତି ନବୀକରଣ ବିଷୟରେ ଆଲୋଚନା କରାଯାଉଥିଲା । ବର୍ତ୍ତମାନ ,ତାଙ୍କ ଭବିଷ୍ୟତ ତାଙ୍କ ହାତରେ ନାହିଁ ।

ଅଶ୍ୱିନୀ କହିଛନ୍ତି, ମୋ ବିଷୟରେ କିମ୍ବା ସଞ୍ଜୁଙ୍କ ବିଷୟରେ ଯେଉଁ ଖବର ଆସୁଛି ତାହା ଖେଳାଳିମାନଙ୍କ ଠାର ନୁହେଁ , ହୁଏତ ଏହି ଗୁଜବ ଫ୍ରାଞ୍ଚାଇଜ୍ ପକ୍ଷରୁ ଆସୁଛି । କିନ୍ତୁ ମୁଁ ଜାଣିନାହିଁ ଯେ କିଏ ସେଗୁଡ଼ିକୁ ପ୍ରଚାର କରୁଛି। ଆଇପିଏଲ ଟ୍ରେଡ୍ ୱିଣ୍ଡୋ ସାଧାରଣତଃ ସିଜିନ୍ ଶେଷ ହେବାର ଗୋଟିଏ ମାସ ପରେ ଖୋଲିଥାଏ । ପରବର୍ତ୍ତୀ ନିଲାମ ପୂର୍ବରୁ ଗୋଟିଏ ସପ୍ତାହ ପର୍ୟ୍ୟନ୍ତ ଚାଲିଥାଏ । କିନ୍ତୁ ଏହାକୁ ନେଇ କିଏ ଗୁଜବ ପ୍ରଚାର କରୁଛି, ତାହା ଏଯାଏଁ ଜଣାପଡିନାହିଁ ।