ଗୋପ : ବନ୍ୟା ପାଣିରେ ବିରଳ ମାଛ । ଯାହାର ଭିଡିଓ ଦେଖି ଆଖି ଝଲସି ଉଠୁଛି । ଦେଖନ୍ତୁ ଏ ଭିଡିଓ। ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ଏ ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି ।
ଧନୁଆ ନଦୀ ବଢ଼ିରେ ମାଛଟି ଚାଲି ଆସିଥିବା ଅନୁମାନ କରାଯାଉଛି ।ଚିତ୍ର ବିଚିତ୍ର ମାଛଟି ଦେଖିବାକୁ ଭାରି ଆକର୍ଷଣୀୟ ହୋଇଛି । ଲାଗୁଛି କେହି ଯେମିତି ତା ପିଠିରେ ଏଭଳି ଚିତ୍ର ସବୁ ଆଙ୍କି ଦେଇଛି । ତେବେ ଏଭଳି ଚିତ୍ର ବିଚିତ୍ର ମାଛ ଆଫ୍ରିକାର ଆମାଜନ ନଦୀରେ ଦେଖା ଯାଆନ୍ତି ବୋଲି କୁହାଯାଉଛି । ଏହାକୁ କୋକୋ ଫିସ୍ କୁହାଯାଏ ।