ନୂଆଁଖାଇ ପାଇଁ ବଢୁଛି ରାକ୍ଷୀ ଚାହିଦା

ସୋନପୁର (ଓମପ୍ରକାଶ ମିଶ୍ର): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ଅର୍ନ୍ତଗତ ବଙ୍କିଆ ସମେତ ବିଭିନ୍ନ ଗ୍ରାମରେ ବଢୁଛି ରାକ୍ଷୀର ଚାହିଦା । ବଙ୍କିଆ ଏବଂ ଅନ୍ୟ ଗାଁଗୁଡିରେ ବୁଲା ବିକାଳୀମାନେ ରାକ୍ଷୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଏହି ରାକ୍ଷୀର ଚାହିଦା ଏବେ ଖୁବ ବଢିବାରେ ଲାଗିଛି । ପାଟ ସୁତା ରାକ୍ଷୀ ୧୦ ଟଙ୍କାରେ ତିନୋଟି ହୋଇଥିବା ବେଳେ ଅନ୍ୟାନ୍ୟ ରାକ୍ଷୀ ୧୦ଟଙ୍କାରେ ପାଞ୍ଚଟି ବିକ୍ରି ହେଉଥିବା ବେପାରୀ କହିଛନ୍ତି । ସେହିପରି ନୂଆଁଖାଇ ପାଇଁ ବିଭିନ୍ନ ଗ୍ରାମ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମାନ ରଖାଯାଇଛି । ପଶ୍ଚିମ ଓଡିଶାରେ ନୂଆଁଖାଇକୁ ନେଇ ପୁଣି ଥରେ ଦେଖାଦେଇଛି ଚଳଚଞ୍ଚଳତା ।