ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ

0

କୋରାପୁଟ : ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ । କୋରାପୁଟ – ଜଗଦଲପୁର-କିରଣଡୁଲ ଠାରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାପାଇଁ ଆହୁରି ସମୟ ଲାଗିପାରେ ବୋଲି କୁହାଯାଉଛି । ମାନବର – ଜରଟି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳ ଲାଇନରେ ମାଟି ଧସିବାରୁ ବନ୍ଦ ରହିଛି ରେଳ ଚଳାଚଳ। ଏବେ ରେଳ ପଥରୁ ମାଟି ଓ ପଥର ସଫେଇ କାମ ଜାରି ରହିଛି ।ଏହି କାର୍ଯ୍ୟରେ ଲାଗିଛନ୍ତି ୨୨ଟି ଜେସିବି ମେସିନ୍ ଓ ୧୮ ଟି ଟିପର । ପଥର ଫଟାଇବା ପାଇଁ ମେସିନ ମଧ୍ୟ ଲାଗିଛି । ରେଳ ଧାରଣା ଉପରେ ମାଟି ସହ ବଡ଼ବଡ଼ ପଥରଖଣ୍ଡ ଅଜାଡ଼ି ହୋଇପଡ଼ିଛି।