ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବସିବ ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ ସି ବେଣୁଗୋପାଳ ଅଜୟ ଲଲୁ ଓ ରାମଚନ୍ଦ୍ର କାଡ଼ାମ ମଧ୍ୟ ସାମିଲ ହେବେ । ସଙ୍ଗଠନ ସୃଜନର ୩୫ ଜଣ ସଦସ୍ୟ ମଧ୍ୟ ସାମିଲ୍ ହେବେ । ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ହେବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହି ବୈଠକ ପରେ ଜିଲ୍ଲା ସଭାପତି ବାଛିବା ପାଇଁ ଖୁବ୍ ଶୀଘ୍ର ସେମାନେ ଓଡ଼ିଶା ଆସିବେ। ସଙ୍ଗଠନରେ ଆଉ ରହିବନି ସୁପାରିସ୍। ଦିଲ୍ଲୀରୁ ଦଳୀୟ ନେତା ଆସି ଓଡ଼ିଶାରେ ଜିଲ୍ଲା ସଭାପତି ମନୋନୟନ କରିବେ ବୋଲି ଜଣାଯାଇଛି।