PUCC ଦ୍ବନ୍ଦ୍ବ; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: PUCC ଦ୍ବନ୍ଦ୍ବକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ । ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନୋଟିସ୍‌ । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ନିର୍ଦ୍ଦେଶ । ଚାଲାଣ ନ ଭରିଲେ PUCC ମିଳିବନି ଦ୍ବନ୍ଦ୍ବକୁ ନେଇ ନୋଟିସ୍‌ । ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।

*

ହାଇକୋର୍ଟରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC)ସମ୍ପର୍କିତ ଜନସ୍ୱାର୍ଥ ମାମଲା । ଗାଡି ନାଁରେ ଚାଲାଣ ଥିଲେ ପ୍ରଦ୍ୟୁଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପରିବହନ କମିସନରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆବେଦନକାରୀ ସ୍ନିଗ୍ଧା ପାତ୍ରଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ ମମାଲା ରୁଜୁ କରାଯାଇଥିଲା । ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ନିୟମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ପ୍ରତ୍ୟେକ ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏହି ପରିପ୍ରରିପ୍ରେକ୍ଷୀରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦.୧୨.୨୦୨୫ ତାରିଖରେ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରିଥିଲେ ଆବଦେନକାରୀ ।