ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲମତାପୁଟ: ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନକାଡେଲି ବିଏସଏଫ ୬୫ ବାଟାଲିୟନ ପକ୍ଷରୁ ଆଜି ଜନସମ୍ପର୍କ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଞ୍ଚଳର ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ହାଣ୍ଡି, ଡେକେଚି, କଢେଇ, ବାଲଟି, କମଳ, ଟାଉଲ, ଶାଢୀ, ରେଡିଓ, ସ୍କୁଲ ବ୍ୟାଗ, କଲମ, ବହିପତ୍ର ପ୍ରଦାନ କରାଯାଇଥିଲା। କ୍ୟାମ୍ପ ବେଳେ ଯବାନମାନେ ବହୁ ଗାଁ ଦେଇ ଯାତାୟତ କରିଛନ୍ତି । ସେସବୁ ଅଞ୍ଚଳର ଗରିବ ଲୋକଙ୍କୁ ଚିହ୍ନଟ କରାଯାଇ ସହାୟତା କରାଯାଉଥିବା ଡିଆଇଜି ଶୀ ଲାଲ କହିଛନ୍ତି।
ଆଦିବାସୀ ପାରମ୍ପରିକ ଢେମେସା ନୃତ୍ୟରେ ଅଞ୍ଚଳ ବାସି ଝୁମିଛନ୍ତି । ବିଏସଏଫ ଯବାନଙ୍କ ସହ କୋରାପୁଟ ଡିଆଇଜି ମଦନ ଲାଲ ଏବଂ କମାଣ୍ଡାଣ୍ଟ ପିଏନଏସ ରେଡ୍ଡିଙ୍କ ଉପସ୍ଥିତିରେ ଅନକାଡେଲି, କଦମଗୁଡା, ହାନୁମାଲ ଗାଁର ଗରିବଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା।